ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହ୍ରାସ ପାଇବ ସୁରକ୍ଷା ବ୍ୟବସ୍ଥା। ନବୀନଙ୍କ ସହ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଯିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ। ତେବେ ଏହି ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ଭାଜପା ବିଧାୟକ ଜୟନାରାୟର ମିଶ୍ର। ସେ କହିଛନ୍ତି, ବିଜେଡି ସରକାର ଯେଉଁ ଅନ୍ୟାୟ, ଅତ୍ୟାଚାର କରିଛନ୍ତି ସେଥିପାଇଁ ତାଙ୍କ ମନରେ ଭୟ ରହିଛି। ଲୋକମାନେ କାଳେ କିଛି କରିଦେବେ ସେଥିପାଇଁ ସୁରକ୍ଷା ନେଉଛନ୍ତି। ଯାହା ପୂର୍ବ ସରକାରରେ କରିଛନ୍ତି, ଲୋକେ କାଳେ ତାଙ୍କୁ ବାଡେଇବେ ନେଇ ଭୟରେ ରହୁଛନ୍ତି ନବୀନ। କିନ୍ତୁ ମୁଁ ବିରୋଧୀଦଳ ନେତା ଥିଲାବେଳେ କେବେ ସୁରକ୍ଷା ନେଇ ନ ଥିଲି। ଏବେ ବି ବିଧାୟକ ଭାବେ ସୁରକ୍ଷା ନେଇନାହିଁ। ଏବେ ଯଦି ବିରୋଧୀ ଦଳ ନେତାଙ୍କ ସୁରକ୍ଷା ହ୍ରାସ ପାଉଛି ତା’ର ନିୟମ ଅଛି। ସେହି ଅନୁସାରେ ସରକାର କାମ କରୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……