ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିନକୁ ଦିନ ବିଗୁଡୁଛି ଭାରତ ଓ କାନାଡା ସମ୍ପର୍କ । ନିଜ୍ଜର ହତ୍ୟା ମାମଲାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ବଢ଼ୁଛି । ଗୋଟିଏ ପରେ ଗୋଟିଏ ସଂଗୀନ ଅଭିଯୋଗ ଆଣିଚାଲିଛି କାନ୍ନାଡ଼ା। ଏହା ପରେ କାନାଡାକୁ ଏବେ ଶକ୍ତ ଜବାବ ଦେଇଛି ଭାରତ । ଏପରକି କାନାଡା ରାଷ୍ଟ୍ରଦୂତଙ୍କୁ ସମନ ମଧ୍ୟ ଦେଇଛି ଭାରତ । ଏହା ଭିତରେ ଭାରତ କାନାଡା ବିରୋଧରେ ନୂଆ ଓ ସଗୀଂନ ଅଭିଯୋଗ ଆଣୁଥିବାର ସୂଚନା ରହିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି କାନାଡରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ଫୋନକୁ ଟ୍ୟାପିଂ କରାଯାଇଛି। ସେମାନଙ୍କ ଗତିବିଧିକୁ ସନ୍ଦେହ ଦୃଷ୍ଟିରେ ଦେଖା ଯାଉଛି । ମାନସିକ ନିର୍ଯ୍ୟାତନା ଦେବା ଯୋଗୁଁ ରାଷ୍ଟ୍ରଦୂତମାନେ ଖୁବ୍ ଭୟର ମାହୋଲରେ କାମ କରୁଛନ୍ତି । ଟ୍ରୁଡୋ ସରକାର ଅର୍ନ୍ତଜାତୀୟ ଗଣମାଧ୍ୟମରେ ଭୁଲ, ମିଛ ଏବଂ ପ୍ରାୟୋଜିତ ଖବର ପ୍ରସାରଣ କରୁଥିବା କହି ଭାରତ ଏବେ ଅଭିଯୋଗ ଆଣିଛି






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..