ରିପୋର୍ଟ କାର୍ଡ / କଟକ
ଦାଦାବଟି ନ ଦେବାରୁ ଦୁର୍ବୃତ୍ତମାନେ ଠିକାସଂସ୍ଥା ଉପରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ କଇଁମୁଣ୍ଡି ଛକରେ। ବୋମାମାଡ଼ରେ କେହି ମୃତାହତ ହୋଇନାହାନ୍ତି। ହେଲେ ଠିକାସଂସ୍ଥାରେ ନିୟୋଜିତ ମେସିନ୍ କ୍ଷତିଗ୍ରସ୍ତ ହୋଇଛି। କାଇଁମୁଣ୍ଡି ଗାଁରେ ଏକ ସେତୁ ନିର୍ମାଣ ଚାଲିଥିବା ବେଳେ ଏହାର ଠିକାଦାରଙ୍କୁ ଦୁର୍ବୁତ୍ତମାନେ ଦାଦାବଟି ମାଗିଥିଲେ। ଠିକାଦାର ମନା କରିଦେବାରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଦୁଇଟି ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି। ବାଙ୍କୀ ପୁଲିସ ଘଟଣାର ତଦନ୍ତ କରୁଛି। ଏନଇ ପୁଲିସ କିମ୍ବା ଠିକାଦାରଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……