ୱାଶିଂଟନ: ତୁର୍କୀ ଇସ୍ତାନବୁଲରେ ଥିବା ସାଉଦି ଆରବ ଦୂତବାସ ମଧ୍ୟରେ ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟାକାଣ୍ଡକୁ ନେଇ ଆମେରିକା ସାଂଘାତିକ ତଥ୍ୟ ଦେଇଛି । ସମ୍ବାଦିକ ଖାସୋଗିଙ୍କ ହତ୍ୟାରେ ସାଉଦି ଆରବର ରାଜକୁମାର ମହମ୍ମଦ ବିନ୍ ସଲମାନ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସେ ହିଁ ଇସ୍ତାନବୁଲରେ ସାଉଦି ଦୂତବାସରେ ସମ୍ବାଦିକ ଖାସୋଗିଙ୍କୁ ଧରିବ କିମ୍ବା ହତ୍ୟା କରିବା ମିଶନକୁ ଅନୁମୋଦନ ଦେଇଛନ୍ତି ।ଏ ସମ୍ପର୍କରେ ଆମେରିକାର ଗୁଇନ୍ଦା ରିପୋର୍ଟରେ ଦାବି କରାଯାଇଛି ।ଏହି ରିପୋର୍ଟ ସମ୍ନାକୁ ଆସିବା ପରେ ସାଉଦି ରାଜ ପରିବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଚାପ ପଡିବାର ଅଶଙ୍କା ପ୍ରକାଶ ପାଇଛି ।୨୦୧୮ ରେ ତୁର୍କାର ଇସ୍ତାନବୁଲରେ ଥିବା ସାଉଦି ଆରବବର ଦୂତବାସ ଭିତରେ ଜମାଲ ଖାସୋରିଙ୍କୁ ହତ୍ୟା କରାଯାଇଥିଲା ।





More Stories
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..