ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାନୁଆରୀରେ ଦୁଇ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ଓ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଆସନ୍ତା ଜାନୁଆରୀ ୮, ୯ ଓ ୧୦ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମ। ଏଥିରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଠିକ୍ ସେହିପରି ଜାନୁଆରୀ ୨୭ ଓ ୨୮ତାରିଖ ‘ଉତ୍କର୍ଷ ଓଡ଼ିଶା’ କନ୍କ୍ଲେଭ ଭୁବନେଶ୍ୱରରେ ଆୟୋଜିତ ହେବ। ସେଥିରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବ। ରାଜ୍ୟ ପୁଲିସ ହାବିଲଦାର କନଷ୍ଟେବଳ ସିପାହୀ ମହାସଙ୍ଘ ଉତ୍ସବରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..