ରିପୋର୍ଟ କାର୍ଡ / କଟକ
କଟକ ମହାନଦୀର ଯୋବ୍ରା ଆନିକଟ ବ୍ୟାରେଜର ୯୩ ନମ୍ବର ଗେଟ ରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି | ମୃତଦେହକୁ ଉଦ୍ଧାର କରିଏସସିବି ପଠାଇଛି ପୋଲିସ। ଉଦ୍ଧାର ମୃତଦେହ ଜଣେ ଅବସରପ୍ରାପ୍ତ ପ୍ରଫେସରଙ୍କର। ପୋଲିସର ସୂଚନା ଅନୁଯାୟୀ, ମୃତକ ହେଲେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସିଂହ(୭୮)। ତାଙ୍କ ଘର କଟକ ରାଜେନ୍ଦ୍ରନଗର ହୋଇଥିବାବେଳେ ସେ ନନ୍ଦନକାନନ ପାଖାପାଖି ରହୁଥିଲେ। ମୃତକଙ୍କ ପରିବାର ଲୋକ ୧୫ତାରିଖ ଦିନ ସେ ନିଖୋଜ ଥିବା ନେଇ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଘଟଣା ସ୍ଥଳରେ ମାଲଗୋଦାମ ଥାନା ପୋଲିସ ତଦନ୍ତ ଜାରି ରଖିଛି।






More Stories
ରାଜଧାନୀରେ ବୁଲିଲା ଖଣ୍ଡା…..
ଚନ୍ଦ୍ରଶେଖରପୁରରେ ଯୁବକଙ୍କ ମୃତ୍ୟୁ: ଥାର୍ ଚଢାଇ ହତ୍ୟା!…..
ପୁଣି ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର…..