ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଏହି ମେଳାରେ କୋଟିକୋଟି ଶ୍ରଦ୍ଧାରଳୁ ଯୋଗଦେଇ ଗଙ୍ଗାରେ ବୁଡ ପକାଇବେ। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିବା ବେଳେ ଏବେଠାରୁ ଭିଡ ଜମିଲାଣି। ଏଥିରେ ସାମିଲ୍ ହେବା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ। OSRTC ପକ୍ଷରୁ ହାଇ-ଏଣ୍ଡ ପ୍ରିମିୟମ୍ ବସ୍ ସେବା ଆରମ୍ଭ ହେବ। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଏହି ବସ୍ ଗୁଡ଼ିକ ଯିବ। ସ୍ୱତନ୍ତ୍ର ବସ୍ ସେବା ଆସନ୍ତା ୧୩ରୁ ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଚାଲିବ। OSRTC ୱେବସାଇଟ୍, ମୋବାଇଲ୍ ଆପ୍ରେ ଟିକେଟ ବୁକିଂ କରିହେବ। ଯାତ୍ରୀ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି।






More Stories
ଡିଇଏଲ୍ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍ଡେଟ୍…..
ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଡିଜିପିଙ୍କ ସମୀକ୍ଷା….
୧୩ରେ ରାଜ୍ୟ କ୍ୟାବିନେଟ୍…..