ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଶନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ ଦେଲେ ଡେଡ୍ଲାଇନ। ଜାନୁଆରି ୩୧ ସୁଦ୍ଧା E-KYC କରିବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ଯୋଗାଣ ମନ୍ତ୍ରୀଙ୍କ କହିବାଅନୁସାରେ, ଜାନୁଆରି ୩୧ ସୁଦ୍ଧା E-KYC ନ କଲେ ରାଶନ କାର୍ଡ କଟିଯିବ। ଏବେ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ E-KYC କରିନାହାନ୍ତି। E-KYC ସରିବା ପରେ ନୂଆ ରାଶନ କାର୍ଡ ମିଳିବ। ପୂର୍ବରୁ ମଧ୍ୟ ସରକାର E-KYC କରିବା ପାଇଁ ସୂଚନା ଦେଇଥିଲେ । ସରକାର ଅଗଷ୍ଟରୁ ରାଶନ କାର୍ଡ ପାଇଁ E-KYC ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ରାଜ୍ୟ ବାହାରେ ଥିବା ହିତାଧିକାରୀ E-KYC କରିଛନ୍ତି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……