ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନର ତାଲିବାନ ସରକାର ସହିତ ଭାରତର ସମ୍ପର୍କ ଧୀରେ ଧୀରେ ଦୃଢ଼ ହେବାରେ ଲାଗିଛି। ଏହି କ୍ରମରେ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିସ୍ରି ଆଫଗାନିସ୍ତାନର ବିଦେଶ ମନ୍ତ୍ରୀ ଆମିର ଖାନ ମୁତ୍ତାକିଙ୍କ ସହିତ ଦୁବାଇରେ ଆଲୋଚନା କରିଛନ୍ତି। ଆଫଗାନ ଲୋକଙ୍କ ବିକାଶ ପାଇଁ ଭାରତ ପ୍ରସ୍ତୁତ ଥିବା ମିସ୍ରି କହିଛନ୍ତି। ସେହିପରି ଆଫଗାନିସ୍ତାନ ଅଞ୍ଚଳକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ତାଲିବାନ ଅନୁମତି ଦେବ ନାହିଁ ବୋଲି ମୁତ୍ତାକି ପ୍ରତିଶ୍ରୁତି ଦେଇଛନ୍ତି। ୨୦୨୧ରେ ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରଠାରୁ ଦୁଇ ଦେଶ ମଧ୍ୟରେ ଏହା ସବୁଠାରୁ ଉଚ୍ଚସ୍ତରୀୟ ଆଲୋଚନା। ଏହା ପୂର୍ବରୁ କେବଳ ଦୁଇ ଦେଶ ମଧ୍ୟରେ ଯୁଗ୍ମ ସଚିବସ୍ତରୀୟ ଆଲୋଚନା ଜାରି ରହିଥିଲା । ବର୍ତ୍ତମାନ ପାକିସ୍ତାନ ସହିତ ଆଫଗାନିସ୍ତାର ସମ୍ପର୍କ ଖରାପ ହେବାରେ ଲାଗିଛି। ଆଫଗାନିସ୍ତାନ ମାଟିରେ ପାକିସ୍ତାନର ଏୟାରଷ୍ଟ୍ରାଇକ ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି। ପାକିସ୍ତାନ ସବୁବେଳେ ନିଜର ଆଭ୍ୟନ୍ତରୀଣ ସମସ୍ୟା ଲୁଚାଇବା ସକାଶେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ଦୋଷ ଦେଇଆସୁଛି ବୋଲି ଭାରତ କହିଛି। ଦୁଇ ଦେଶ ସର୍ବଦା ପରସ୍ପର ମଧ୍ୟରେ ସମ୍ପର୍କ ଜାରି ରଖିବା ଏବଂ ଯୋଗସୂତ୍ର ରକ୍ଷା କରିବା ଲାଗି ସହମତି ପ୍ରକାଶ କରିଥିବା ନେଇ ମିସ୍ରି-ମୁତ୍ତାକିଙ୍କ ଆଲୋଚନା ପରେ ଉଭୟ ଦେଶ ପକ୍ଷରୁ ବିବୃତି ଜାରି କରାଯାଇ କୁହାଯାଇଛି।





More Stories
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..
୬ଟି ଆସନରେ ଆଜି ଉପନିର୍ବାଚନ…..