ରିପୋର୍ଟ କାର୍ଡ / ଖୋର୍ଦ୍ଧ
ହାତୀ-ମଣିଷ ଲଢେରେ କେତେବେଳେ ହାତୀ ର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷ ଜୀବନ ହରାଉଛି। ଖୋର୍ଦ୍ଧା ରେଞ୍ଜ ଡାଳତୋଡା କଣିବାରି ଫସଲ ବିଲରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ହାତୀରୁ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ହାତୀଟିର ବେକରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହାତୀ ମୃତ୍ୟୁର କାରଣ ଜଣାପଡିନାହିଁ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଗତ କିଛି ଦିନ ହେବ ଖୋର୍ଦ୍ଧାର ଦଲକ , ପରିଛଳ , ରାଉତପଦା ଆଦି ଅଞ୍ଚଳରେ ହାତୀ ପଲ ଉତ୍ପାତ ମଚାଉଥିଲେ। ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଖାଦ୍ୟ ଅନ୍ବେଷଣ କରିବାକୁ ଯାଇ ଗାଁ ମୁହାଁ ହେଉଥିଲେ। ଗତକାଲି ରାତିରେ ହାତୀ ପଲ ଚାଷ ଜମି ଦେଇ ଚଳପ୍ରଚଳ କରିବା ସମୟରେ ବିଦ୍ୟୁତ୍ ଆଘାତ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।






More Stories
୧ରେ ରାଜ୍ୟ କ୍ୟାବିନେଟ୍…..
ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା…..
TET କ୍ଲିୟର କରିବାକୁ ନିର୍ଦ୍ଦେଶ…..