Report Card Odisha

| Daily Odia News

ମୃତକଙ୍କ ଲାଗି କ୍ଷତିପୂରଣ ଘୋଷଣା କଲା କମ୍ପାନୀ…..

ରିପୋର୍ଟ କାର୍ଡ / ସୁନ୍ଦରଗଡ଼

ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣାରେ ପ୍ରାଣହରାଇଥିବା ୩ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏଣେ କମ୍ପାନୀ ଘୋଷଣା କରିଛି କ୍ଷତିପୂରଣ। ଏନେଇ ପ୍ରତିକ୍ରିୟା ରଖିଛି ପ୍ରଶାସନ। ମୃତକ ଦଶରଥ ପାତ୍ରଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା , ୧୦ ଲକ୍ଷ ବୀମା ଟଙ୍କା , ତାଙ୍କ ପରିବାରରୁ ଜଣଙ୍କୁ ଡାଲମିଆ ସିମେଣ୍ଟରେ ଚାକିରି ,ରାଜଗାଙ୍ଗପୁରରେ ଗୋଟିଏ ଘର ଓ ଯୁକ୍ତଦୁଇ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା କମ୍ପାନୀ ବହନ କରିବ ବୋଲି ଘୋଷଣା କରିଛନ୍ତି ଉପଜିଲ୍ଲାପାଳ ଦାଶରଥୀ ସରାବୁ। ଅନ୍ୟ ଶ୍ରମିକମାନଙ୍କ ପାଇଁ ଅନ୍ୟ ଘୋଷଣା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଥିଲା| ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା ।

Breaking News