ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତେଲୁଗୁ ଚଳଚ୍ଚିତ୍ରର ଅନେକ ବଡ଼ ପ୍ରଯୋଜକଙ୍କ ଘର ଏବଂ କାର୍ଯ୍ୟାଳୟରେ ଆୟକର ବିଭାଗ ଚଢାଉ କରିଛି। ଏହି ତାଲିକାରେ ‘ଗେମ୍ ଚେଞ୍ଜର’ ଓ ‘ପୁଷ୍ପା-୨’ ନିର୍ମାତାଙ୍କ ନାମ ମଧ୍ୟ ସାମିଲ ଅଛି। ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢାଉ ହୋଇଛି। ନିକଟରେ ସଂକ୍ରାନ୍ତିରେ ନିର୍ମାତା ଦିଲ୍ ରାଜୁଙ୍କ ପ୍ରଡକ୍ସନରେ ନିର୍ମିତ ଦୁଇଟି ବଡ଼ ଫିଲ୍ମ ‘ଗେମ୍ ଚେଞ୍ଜର’ ଓ ‘ସଂକ୍ରାନ୍ତିକି ବସ୍ତୁନମ୍’ ମୁକ୍ତିଲାଭ କରିଥିଲା। ସେ ବର୍ତ୍ତମାନ ତେଲଙ୍ଗାନା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଅଛନ୍ତି। ଆୟକର ବିଭାଗର ଚଢାଉ ଦିଲ ରାଜୁଙ୍କ ସହ ତାଙ୍କ ବ୍ୟବସାୟିକ ସହଯୋଗୀ ତଥା ନିର୍ମାତା ସିରିଶଙ୍କ ଘର ଓ ତାଙ୍କ ଝିଅ ହଂସିତା ରେଡ୍ଡୀଙ୍କ ଘର ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଛି। ଏହା ବ୍ୟତୀତ ‘ପୁଷ୍ପା ୨’ ନିର୍ମାଣ କରିଥିବା ମୈତ୍ରୀ ମୁଭି ମେକର୍ସଙ୍କ ଠିକଣାରେ ମଧ୍ୟ ତଲାସୀ ଜାରି ରହିଛି। ଏହି ପ୍ରଡକ୍ସନ ହାଉସ୍ର ନିର୍ମାତା ନବୀନ ୟରନେନୀ ଏବଂ ୟାଲାମନଚିଲି ରବିଶଙ୍କର ଏବଂ ତାଙ୍କ ସିଇଓ ଚେରୀଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି।






More Stories
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……