ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହାଇଦ୍ରାବାଦ୍ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରି ତାଙ୍କ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ପ୍ରେସର କୁକର୍ରେ ସିଝେଇବା ପରେ ନେଇ ହ୍ରଦରେ ଫିଙ୍ଗୁଥିଲେ ବୋଲି ଅଭିଯୋଗ ହୋଇଛି। ଜଣେ ସୁରକ୍ଷାକର୍ମୀ ଥିବା ଏହି ଅଭିଯୁକ୍ତ ପୂର୍ବରୁ ସେନାରେ କାମ କରି ସାରିଛନ୍ତି। ପୂର୍ବତନ ସେନା କର୍ମଚାରୀ ଗୁରୁ ମୂର୍ତ୍ତି (୪୫) ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କୁକରରେ ରାନ୍ଧିଥିଲେ। ଅଧିକାରୀଙ୍କ ସୂଚନାନୁଯାୟୀ, ଅଭିଯୁକ୍ତ ଗୁରୁ ମୂର୍ତ୍ତି ଗତ ୧୮ ଜାନୁଆରୀ ତାଙ୍କ ପତ୍ନୀ ଭେଙ୍କଟ ମାଧବୀ (୩୫) ନିଖୋଜ ଥିବା ନେଇ ନିଜ ବାପା ମାଆଙ୍କ ସହ ହାଇଦ୍ରାବାଦର ମୀରପେଟରେ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ଆରମ୍ଭ ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ପତି-ପତ୍ନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ କଳହ ଲାଗି ରହିଥିଲା। ଏହାପରେ ପୋଲିସ ଗୁରୁ ମୂର୍ତ୍ତିକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା। ଏହି ସମୟରେ ସମସ୍ତ ସତ ସାମ୍ନାକୁ ଆସିଥିଲା। ଗୁରୁ ମୂର୍ତ୍ତି ନିଜ ପତ୍ନୀକୁ ହତ୍ୟା କରିଥିବା ନେଇ ଦୋଷ ସ୍ୱୀକାର କରିଥିଲେ। ପୋଲିସ କୁ ଦେଇଥିବା ବୟାନ ଅନୁଯାୟୀ, ଗୁରୁ ମୂର୍ତ୍ତି ନିଜ ପତ୍ନୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କୁକରରେ ରାନ୍ଧିବା ପରେ ପୋଖରୀରେ ଫିଙ୍ଗିଦେଇଥିଲେ। ଅଭିଯୁକ୍ତ ବୟାନ ଅନୁସାରେ ପୋଲିସ ପ୍ରମାଣ ଏକାଠି କରିବାକୁ ପ୍ରୟାସ ଆରମ୍ଭ କରିଛି। ମୃତଦେହ ଅଂଶ ବିଶେଷକୁ ପୋଲିସ ଖୋଜାଖୋଜି କରୁଛି। ଗୁରୁ ମୂର୍ତ୍ତି ସେନାରୁ ସେବା ନିବୃତ ହେବା ପରେ କଞ୍ଚନବାଗରେ ସୁରକ୍ଷା ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିବାହ ୧୩ ବର୍ଷ ପୂର୍ବରୁ ହୋଇଥିଲା। ଉଭୟଙ୍କର ୨ ଶିଶୁ ମଧ୍ୟ ଅଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
More Stories
ମହାରାଷ୍ଟ୍ରର ଟ୍ରେନ ଦୁର୍ଘଟଣା: ଚା‘ ବିକାଳି ଗୁଜବ ପ୍ରଚାର କରିଥିଲେ…..
ନୂଆ ଆଇନ ଆଣିବେ ତାମିଲନାଡୁ ସରକାର……
ଅଭିନେତାଙ୍କୁ ହତ୍ୟା ଧମକ……