ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହାସ୍ୟାଭିନେତା କପିଲ ଶର୍ମାଙ୍କ ସମେତ ଅଭିନେତା ରାଜପାଲ ଯାଦବ ଏବଂ କୋରିଓଗ୍ରାଫର ରେମୋ ଡିସୌଜାଙ୍କୁ ହତ୍ୟା ଧମକ ମିଳିଛି। ପାକିସ୍ତାନରୁ ମେଲ୍ ଜରିଆରେ ଏହି ଧମକ ଦିଆଯାଇଛି। ଏହା ସହିତ ଏହି ସେଲିବ୍ରିଟିମାନଙ୍କ ପରିବାର, ବନ୍ଧୁ ଏବଂ ପଡ଼ୋଶୀମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ଏ ସମ୍ପର୍କରେ ଅଭିନେତା ରାଜପାଲ ଯାଦବ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଧମକପୂର୍ଣ୍ଣ ମେଲରେ ବିଷ୍ଣ ନାମରେ ଦସ୍ତଖତ ରହିଛି। ପ୍ରାଥମିକ ତଦନ୍ତରୁ ମେଲଗୁଡ଼ିକ ପାକିସ୍ତାନରୁ ଆସିଥିବା ଜଣାପଡ଼ିଛି ବୋଲି ପୋଲିସ କହିଛି। ସେହିପରି ଅଭିନେତ୍ରୀ ସୁଗନ୍ଧା ମିଶ୍ର ମଧ୍ୟ ଓସିୱାରା ଥାନାରେ ଅନୁରୂପ ଅଭିଯୋଗ ଆଣିଛନ୍ତି। ତାଙ୍କୁ ବି ହତ୍ୟା ଧମକ ମିଳିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..