ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରିଛନ୍ତି। ଏହି ଦୁଇଦିନିଆ କନକ୍ଲେଭ୍ ରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ୍ ଓରାମ୍ ଉପସ୍ଥିତ ଅଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରମୁଖ ତାଙ୍କୁ ସ୍ବାଗତ କରିଛନ୍ତି। ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧାସଳଖ ଜନତା ମଇଦାନକୁ ଯାଇଥିଲେ। କନ୍କ୍ଲେଭ୍ରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ବ୍ୟତୀତ ସିଇଓ ରାଉଣ୍ଡ୍ଟେବୁଲ୍, ମହିଳା ନେତୃତ୍ବ ରାଉଣ୍ଡ୍ଟେବୁଲ୍ ଓ ଏଡିଟର୍ସ ରାଉଣ୍ଡ୍ଟେବୁଲ୍ ଅନୁଷ୍ଠିତ ହେବ। ଫୋକସ୍ରେ ଥିବା ଦେଶଗୁଡ଼ିକୁ ମଧ୍ୟ ନେଇ ଏକ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯିବ। କନ୍କ୍ଲେଭ୍ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ। ଜାନୁଆରି ୩୦ରେ ମେକ୍ ଇନ୍ ଓଡ଼ିଶା ଏକ୍ସପୋ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଖୋଲାଯିବ। ସେଥିରେ ୧୫୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କ ଉତ୍ପାଦ, ସେବା ଓ ସମାଧାନ ପ୍ରଦାନ କରିବେ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତକୁ ନଜରରେ ରଖି ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ପ୍ରସ୍ତୁତ କରାଯାଇଛି। ରାଜ୍ୟର ନିବେଶ ସମ୍ଭାବନା କ୍ଷେତ୍ରଗୁଡ଼ିକୁ ସେଥିରେ ପ୍ରଦର୍ଶିତ କରାଯାଉଛି। ପାରମ୍ପରିକ ଧାତବ, ଖଣି ଓ ଖଣିଜ କ୍ଷେତ୍ର ବ୍ୟତୀତ ଏଥିରେ ବୟନ, ପେଟ୍ରୋକେମିକାଲ୍ସ, ଅକ୍ଷୟ ଶକ୍ତି, ସବୁଜ ଇନ୍ଧନ ଓ ସର୍କୁଲାର ଅର୍ଥନୀତି ଉପରେ ବିଶେଷ ଜୋର ଦିଆଯାଉଛି।
More Stories
ଭଗୱନ୍ତ ମାନ୍ଙ୍କ ବାସଭବନରେ ପୋଲିସ, ଇସି ଟିମ୍…..
ଦାୟିତ୍ୱ ନେଲେ ରାଜ୍ୟ ନିର୍ବାଚନ କମିଶନର…..
ରାଜଧାନୀ ଭୁବନେଶ୍ୱରରେ ଡମ୍ଫର ଚକା ତଳେ ପଶିଗଲା ବାଇକ୍ .