ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁନାରିଆ ଜେଲରେ ଦଣ୍ଡ ଭୋଗୁଥିବା ସିରସା ଡେରା ମୁଖ୍ୟ ରାମ ରହିମ ନବମ ଥର ପାଇଁ ପାରୋଲରେ ଜେଲରୁ ବାହାରିଛନ୍ତି। ଦିଲ୍ଲୀ ନିର୍ବାଚନ ପୂର୍ବରୁ ରାମ ରହିମଙ୍କୁ ୩୦ ଦିନିଆ ପାରୋଲ ମିଳିଛି। ରାମ ରହିମ ରୋହତକ ଜେଲରୁ ସିରସା ଅଭିମୁଖେ ବାହାରି ଯାଇଛନ୍ତି। ଜେଲ୍ ଯିବା ପରେ ପ୍ରଥମ ଥର ପାଇଁ ରାମ ରହିମ ସିରସାସ୍ଥିତ ଆଶ୍ରମକୁ ଯାଉଛନ୍ତି। ଏହାପୂର୍ବରୁ ଯେତେଥର ରାମ ରହିମଙ୍କୁ ପାରୋଲ ମିଳିଛି, ସେ ୟୁପିର ବରନାଓ୍ବା ଆଶ୍ରମକୁ ଯାଉଥିଲେ। ରାମ ରହିମ ମଙ୍ଗଳବାର ସକାଳ ପ୍ରାୟ ୬:୩୬ ସମୟରେ ହନିପ୍ରୀତଙ୍କ ସହ ଜେଲରୁ ବାହାରିଥିଲେ। ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ରାମ ରହିମ ପାରୋଲରେ ମୁକୁଳିଛନ୍ତି।






More Stories
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..