ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀର ଏକ ଷ୍ଟାର୍ ହୋଟେଲର ବିବାହ ମଣ୍ଡପରୁ ଚୋରି ଘଟଣାରେ ଅଭି ଯୁକ୍ତ ଗିରଫ ହୋଇଛି | ଏକ କର୍ପୋରେଟ୍ ସଂସ୍ଥାର ଅବସରପ୍ରାପ୍ତ ଏଚଆର୍ ସରୋଜ କୁମାର ମିଶ୍ରଙ୍କ ଝିଅ ବିବାହ ଉତ୍ସବ ଚାଲିଥିଲା। ଏତିକିବେଳେ ଦୁଇ ଜଣ ଚୋର ଅତିଥି ବେଶରେ ଆସି ଡାକ୍ତର ଦମ୍ପତ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ଲୁଟି ନେଇଛନ୍ତି। ସିସି ଟିଭିରେ ଚୋରି ବେଳର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଥିଲା। ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ବଳିଆପଣ୍ଡା ଥାନା ପୋଲିସ ପୁରୀରୁ ଏହି ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ରାଜ୍ୟର ହୋଇଥିବା ସୂଚନା ମିଳିଛି।






More Stories
ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..
ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ……
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..