ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକା ଅବୈଧ ପ୍ରବାସୀମାନଙ୍କ ବିରୋଧରେ ଏକ ବଡ଼ ନିର୍ବାସନ ଅଭିଯାନ ଆରମ୍ଭ କରିଛି। ଏହା ଅନ୍ତର୍ଗତ ସୋମବାର ଏକ ଆମେରିକୀୟ ସାମରିକ ବିମାନ ଅବୈଧ ୨୦୫ ଜଣ ପ୍ରବାସୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା କରିଛି। ରିପୋର୍ଟ ଅନୁଯାୟୀ, ଆମେରିକୀୟ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ବିମାନଟି ଅତି କମରେ ୨୪ ଘଣ୍ଟା ମଧ୍ୟରେ ଭାରତରେ ପହଞ୍ଚିବ। ହ୍ବାଇଟ ହାଉସକୁ ଫେରିବା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ନିର୍ବାସନ। ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆମେରିକାରେ ଭାରତୀୟ ଅବୈଧ ପ୍ରବାସୀମାନଙ୍କ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୂର୍ବରୁ ଭାରତ ଅବୈଧ ପ୍ରବାସୀମାନଙ୍କୁ ଫେରାଇ ନେବାକୁ ରାଜି ହୋଇଥିଲା ଏବଂ ପ୍ରାୟ ୧୮,୦୦୦ ଅବୈଧ ପ୍ରବାସୀଙ୍କୁ ଫେରାଇ ଆଣିବା ବିଷୟରେ କଥା ହୋଇଥିଲା।






More Stories
୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର…..
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..