ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଗ୍ନିଶମ ବିଭାଗ କର୍ମଚାରୀଙ୍କର ବଢିଲା ଭତ୍ତା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବଡ଼ ଘୋଷଣା କରାଯାଇଛି । ଭତ୍ତା ବୃଦ୍ଧି ସହ ଘରଭଡା ମେଡିକାଲ ଖର୍ଚ୍ଚ ବି ବହନ କରିବେ ସରକାର । ଓଡ଼ିଶା ସରକାରଙ୍କ ପକ୍ଷରୁ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଭତ୍ତା ଯୋଗାଇଦିଆଯିବ । ଡାଏଟ ଭତ୍ତା ୯୦୦ ଟଙ୍କାରୁ ୧୪୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମୋଟରସାଇକେଲ ଭତ୍ତା ୩୦୦ରୁ ୧୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ମୋବିଲିଟି ଭତ୍ତା ୧୫୦ରୁ ୩୦୦କୁ ବଢାଇଦିଆଯାଇଛି । କର୍ମଚାରୀଙ୍କୁ ମିଳୁଥିବା ରିସ୍କ ଭତ୍ତା ୪୦୦ରୁ ବୃଦ୍ଧି କରାଯାଇ ୧୦୦୦ ଟଙ୍କା ପ୍ରଦାନ କରାଯିବ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାଦ୍ୱାରା ୬୦୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..