ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବତନ ପିସିସି ସଭାପତି ତଥା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଅଭିଯୁକ୍ତ ଧରାପଡ଼ିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଶେଷରେ ୨୦ ଦିନ ପରେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍ ରାଜ୍ୟ ବାହାରୁ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତଠାରୁ ଚୋରି ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ପୋଲିସ ପକ୍ଷରୁ ଅଭିଯୁକ୍ତକୁ ଆଜି କୋର୍ଟରେ ହାଜର କରାଯିବ। ଗତ ଜାନୁୟାରୀ ୨୫ ତାରିଖ ବିଳମ୍ବିତ ରାତିରେ ନିରଞ୍ଜନଙ୍କ ଭିଆଇପି କଲୋନୀସ୍ଥିତ ବାସଭବନରେ ଚୋରି ହୋଇଥିଲା। କେହି ଦୁର୍ବୃତ୍ତ ନିରଞ୍ଜନଙ୍କ ଘରେ ପଶି ୫୦ ଲକ୍ଷ ଟଙ୍କାର ସୁନା, ରୁପା, ହୀରା ଅଳଙ୍କାର ସମେତ ନଗଦ ୨ ଲକ୍ଷ ଟଙ୍କା ଚୋରି କରି ନେଇଥିଲା। ଜଣେ ହାଇପ୍ରୋଫାଇଲ ବ୍ୟକ୍ତି ଘରୁ ଭିଆଇପି କଲୋନୀ ଭଳି ଅଞ୍ଚଳରୁ ଚୋରି ହେବା ଘଟଣା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଅଭିଯୁକ୍ତକୁ ଧରିବାରେ ବିଳମ୍ବ ହେବାରୁ ପୁଲିସ ଏବଂ ରାଜ୍ୟ ସରକାରକୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।






More Stories
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି…..