ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ମହିଳା ବିରୋଧୀ ଅପରାଧ କମୁନଥିବା ଜଣାପଡ଼ିଛି। ଆଜି ବିଧାନସଭାରେ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଏ ସଂକ୍ରାନ୍ତରେ ଏକ ପ୍ରଶ୍ନ ପଚାରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉତ୍ତର ରଖିଥିଲେ। ବିଧାନସଭାରେ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ରାଜ୍ୟରେ ୮ ମାସରେ ୧୮ ହଜାର ୧ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୧୭,୦୨୧ ମାମଲା ବିଚାରଧୀନ ରହିଛି, ୭୩୮ଟି ମାମଲାର ଚାର୍ଜସିଟ ଦାଖଲ ହୋଇଛି। ୨୧୭ ମାମଲାର ଫଇସଲା ସରିଛି, ୨୫ଟିର ଫାଇନାଲ ରିପୋର୍ଟ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……