ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ମହିଳା ବିରୋଧୀ ଅପରାଧ କମୁନଥିବା ଜଣାପଡ଼ିଛି। ଆଜି ବିଧାନସଭାରେ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଏ ସଂକ୍ରାନ୍ତରେ ଏକ ପ୍ରଶ୍ନ ପଚାରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉତ୍ତର ରଖିଥିଲେ। ବିଧାନସଭାରେ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ରାଜ୍ୟରେ ୮ ମାସରେ ୧୮ ହଜାର ୧ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୧୭,୦୨୧ ମାମଲା ବିଚାରଧୀନ ରହିଛି, ୭୩୮ଟି ମାମଲାର ଚାର୍ଜସିଟ ଦାଖଲ ହୋଇଛି। ୨୧୭ ମାମଲାର ଫଇସଲା ସରିଛି, ୨୫ଟିର ଫାଇନାଲ ରିପୋର୍ଟ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।






More Stories
ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ…..
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……