ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରୟାଗରାଜ ମହାକୁମ୍ଭରେ ପୁଣିଥରେ ଅଗ୍ନିକାଣ୍ଡ ଘଟିଛି। ସୋମବାର କୁମ୍ଭ ମେଳାର ସେକ୍ଟର ୮ରେ ବଜରଙ୍ଗ ଦାସ ମାର୍ଗରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏକ ଘରୋଇ ସଂସ୍ଥାର ଶିବିରରେ ଏହି ଅଗ୍ନିକାଣ୍ଡ ଘଟିଛି। ତମ୍ବୁ ଏବଂ ଅନ୍ୟାନ୍ୟ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ମୃତାହତ ନେଇ କୌଣସି ସୂଚନା ନାହିଁ। ସୂଚନାଯୋଗ୍ୟ, ଚଳିତ ପ୍ରୟାଗରାଜ ମହାକୁମ୍ଭରେ ଏହା ପୂର୍ବରୁ ଏକାଧିକ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି।






More Stories
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..