ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ନିର୍ବାଚନୀ ଲଢ଼େଇ କେବଳ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ହେଉ ବୋଲି ନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି। ପଶ୍ଚିମବଙ୍ଗକୁ ନେଇ କଂଗ୍ରେସ ରଣନୀତି ପ୍ରସ୍ତୁତି କରୁଥିବା ବେଳେ ଦିଦିଙ୍କ ଗଡ଼ରେ ଧସେଇ ପଶିବାକୁ ରାହୁଲ ଓ ଖଡଗେ ପ୍ଲାନ୍ କରୁଛନ୍ତି। ଦିଦି ଚାହୁଛନ୍ତି ଏଥର ବିଧାନସଭା ନିର୍ବାଚନରେ ଟିଏମସି ଓ ବିଜେପି ମଧ୍ୟରେ ଘମାଘୋସ ଲଢ଼େଇ ହେଉ। ହେଲେ ପଶ୍ଚିମବଙ୍ଗରେ କେମିତି କଂଗ୍ରେସ ସ୍ଥିତି ମଜବୁତ୍ ହେବ ସେନେଇ ରାହୁଲ ଗାନ୍ଧୀ ବି ଯୋଜନା କରୁଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ,ରାହୁଲ ବଙ୍ଗକୁ ନେଇ ଖଡଗେଙ୍କ ସହ ଆଲୋଚନା କରିଛନ୍ତି । କହିଛନ୍ତି, ବଙ୍ଗରେ ଦିଦିଙ୍କ ସହ ମେଣ୍ଟ ହେବାର କୌଣସି ଆଶା ନାହିଁ । ତେଣୁ ଏମିତି ସ୍ଥିତିରେ ବଙ୍ଗରେ କଂଗ୍ରେସକୁ ମଜବୁତ୍ କରିବାକୁ ପଡ଼ିବ। ତେଣୁ ଏବେଠୁ ରଣନୀତି ପ୍ରସ୍ତୁତ କରିବାକୁ ହେବ ବୋଲି ରୁଦ୍ଧଦ୍ବାର ବୈଠକରେ ନିଷ୍ପତ୍ତି ହୋଇଛି । ବିରୋଧୀ ଦଳ ନେତା ତଥା କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ। ଦେଶରେ ହେଉଥିବା ନିର୍ବାଚନ ତାଙ୍କ ଦଳ ସପକ୍ଷରେ ଯାଉନି । ହେଲେ ବଙ୍ଗକୁ ନେଇ ସେ କୁଆଡ଼େ ସ୍ବତନ୍ତ୍ର ରଣନୀତି କରିବାକୁ ଯାଉଛନ୍ତି । ଆଉ ଏହି ରଣନୀତି ବଳରେ କଂଗ୍ରେସ ବଙ୍ଗରେ କ୍ଷମତା ଦଖଲ କରିପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଏମିତି ହୁଏ, ତା’ହେଲେ ଦିଦିଙ୍କୁ ଖୋଲା ମୈଦାନ ମିଳିବ ନାହିଁ । ଉଭୟ କଂଗ୍ରେସ ଓ ବିଜେପି ସହ ଲଢେଇ କରିବାକୁ ପଡ଼ିବ ଦିଦିଙ୍କୁ । ସେପଟେ ଦିଦିଙ୍କୁ ପୂରା ଦମ୍ରେ ଚେକ୍ ଦେବାକୁ ଅଧ୍ୟକ୍ଷ ପଦରୁ ଅଧୀର ରଂଜନ ଚୌଧୁରୀଙ୍କୁ ହଟାଇ ଦିଆଯାଇଥିବା କୁହାଯାଉଛି ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..