ରିପୋର୍ଟ କାର୍ଡ / ନୀଳଗିରି
ଆଜିବି ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଲିଭିବାର ନାଁ ଧରୁନି ଶିମିଳିପାଳ ନିଆଁ। ଶିମିଳିପାଳ ପୂର୍ବ ଓ ଉତ୍ତରରେ ନିଆଁ ଲିଭା କାର୍ଯ୍ୟ ଚାଲୁ ରହିଚି ସତ, ହେଲେ ନିଆଁ ନିୟନ୍ତ୍ରଣକୁ ଆସୁନି । ନିଆଁ ଲିଭାଇବାକୁ ବନବିଭାଗ ଓ ଅଗ୍ନିଶମ ବିଭାଗ ନାକେଦମ ହେଲେଣି । ଫରେଷ୍ଟ ସର୍ଭେ ଓଫ୍ ଇଣ୍ଡିଆର ସାଟେଲାଇଟ ରିପୋର୍ଟ ଅନୁଯାୟୀ ଜଶୀପୁର ବନ୍ୟପ୍ରାଣୀ କାର୍ଯ୍ୟାଳୟର ଗୁରୁଗୁଡ଼ିଆ, ବରେହିପାଣି, ତାଳବନ୍ଧ, କେନ୍ଦୁମୁଣ୍ଡି , ସାତକୋଶିଆ, ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ନିଆଁ ଜଳୁଛି । ୯୦ ରୁ ଅଧିକ ଜାଗାରେ ନିଆଁ ଲାଗିଛି, ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗର ୪ ଟି ଟିମ୍ ଶିମିଳିପାଳ ଜଙ୍ଗଲ ଭିତରକୁ ପ୍ରବେଶ କରିଛନ୍ତି।ଏପଟେ Wildlife PCCF ଶଶୀ ପଲ ଶିମିଳିପାଳ ଯାଇ ସ୍ଥିତି ସମୀକ୍ଷା କରିବା ପରେ କହିଛନ୍ତି କେବଳ ବଫର ଏରିଆରେ ନିଆଁ ଲାଗିଛି ଏବଂ ନିଆଁ ନିୟନ୍ତ୍ରଣରେ ରହିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ଅଧିନ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଓ କୁଳଡିହା ଅଭୟାରଣ୍ୟ ଜଳୁଛି। ଆଉ ଜଙ୍ଗଲ ସୀମାନ୍ତ ଗାଁ ଗୁଡିକ ଏବେ ବିପଦରେ ଥିବା ଜଣାପଡିଛି। କିଛିଦିନ ଧରି ତିନିକୋଶିଆ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ନିଆଁ ଲାଗୁଥିବା ଦେଖାଯାଇଛି।ସଜନାଗଡ଼ ,ଭାଲୁକାଶୁଣି,ନରଣପୁର,ତେରଲଡ଼ିହି, ବୈଷ୍ଣବବନ୍ଦ ଅଞ୍ଚଳରେ ଏକର ଏକର ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି। ବନବିଭାଗ ଓ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଲାଗିପଡିଛନ୍ତି ।ଫାୟାର ବ୍ଲୋର ମେସିନ ସାହାଯ୍ୟରେ ଶୁଖିଲା ପତ୍ରକୁ ଅଲଗା କରି ନିଆଁ କିପରି ଆଗକୁ ମାଡିପାରିବ ନାହିଁ ଏନେଇ ବନକର୍ମଚାରୀ ନିୟୋଜିତ ହୋଇଛନ୍ତି।ହାତୀ ଓ ଭାଲୁ ନିଆଁ ଭୟରେ ଗାଁ ମୁହାଁ ହେଉଥିବା ବେଳେ ଛୋଟ ବଡ଼ ସରୀସୃପ ପ୍ରାଣୀ, ଠେକୁଆ, ବିଲୁଆ,କଟାସ ଓ ଛୋଟ ଜୀବଜନ୍ତୁ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିବା କୁହାଯାଇଛି।
More Stories
ଓଟିଇଟି ରେଜଲ୍ଟ ପ୍ରକାଶ….
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..