ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ଭାଟିକାନ ସିଟିର ପୋପ୍ ଫ୍ରାନ୍ସିସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଏହି ଅବସରରେ ପୋପ୍ଙ୍କ ସହ ସାକ୍ଷାତ ସମୟର ମୁହୂର୍ତ୍ତକୁ ମନେ ପକାଇ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଲେଖିଛନ୍ତି, ପୋପ୍ ଫ୍ରାନସିସଙ୍କ ନିଧନ ତାଙ୍କୁ ଗଭୀର ଆଘାତ ଦେଇଛି। ଦୁଃଖ ଏବଂ ସ୍ମରଣର ଏହି ମୁହୂର୍ତ୍ତରେ ବିଶ୍ଵସ୍ତରର କ୍ୟାଥୋଲିକ ସମ୍ପ୍ରଦାୟ ପ୍ରତି ସେ ସମବେଦନା ଜଣାଉଛନ୍ତି। ପୋପ ଫ୍ରାନସିସଙ୍କୁ ବିଶ୍ଵବ୍ୟାପୀ ଲକ୍ଷ ଲକ୍ଷ ଲୋକ ସର୍ବଦା କରୁଣା, ବିନମ୍ରତା ଏବଂ ଆଧ୍ୟାତ୍ମିକ ସାହଦର ପ୍ରତୀକ ରୂପେ ମନେରଖିବେ। ଛୋଟ ବୟସରୁ ହିଁ ସେ ଖ୍ରୀଷ୍ଟ ଧର୍ମର ଆଦର୍ଶକୁ ସାକାର କରିବା ଲାଗି ନିଜକୁ ସମର୍ପିତ କରିଦେଇଥିଲେ।






More Stories
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..
୬ଟି ଆସନରେ ଆଜି ଉପନିର୍ବାଚନ…..