ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ବେତ ନାଗରିକତା ଉପରେ ମେ’ ୫ରେ ହେବ ଶୁଣାଣି । ନାଗରିକତା ସମ୍ବନ୍ଧିତ ସମସ୍ତ ଦସ୍ତାବିଜ କୋର୍ଟରେ ଦାଖଲ କରିବାକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ କୋର୍ଟ କେନ୍ଦ୍ରକୁ କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି । ରାହୁଲ ଭାରତର ନାଗରିକ କି ନୁହେଁ ଏନେଇ ୧୦ଦିନ ଭିତରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାହୁଲଙ୍କ ନାଗରିକତା ନେଇ ସରକାର ଦାଖଲ କରିଥିବା ଷ୍ଟାଟସ୍ ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ । ଆବେଦନରେ ରାହୁଲଙ୍କ ଦୁଇଟି ଦେଶର ନାଗରିକତା ଥିବା ନେଇ ଆପତ୍ତି ପ୍ରକାଶ କରାଯାଇଛି । ଏନେଇ ତାଙ୍କ ସାଂସଦ ପଦ ରଦ୍ଦ କରାଯାଉ ବୋଲି ଆବେଦନରେ କୁହାଯାଇଛି । ଅନ୍ୟପଟେ କଂଗ୍ରେସ ଏହାକୁ ରାଜନୈତିକ ପ୍ରତିଶୋଧର ନାଁ ଦେଇଥିବା ଦେଖିବାକୁ ମିଳିଛି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..