ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜେଡି କର୍ପୋରେଟର୍ ଅମରେଶ ଜେନା ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦଳକୁ ଠିକ୍ ଢଙ୍ଗରେ ପରିଚାଳନା କରାଯାଉନାହିଁ। ଯେଉଁ ୪/୫ଜଣଙ୍କ ଜରିଆରେ ଦଳ ଚାଲୁଛି, ସେମାନେ ନିରପେକ୍ଷ ନୁହନ୍ତି। ଷଡ଼ଯନ୍ତ୍ରକାରୀଙ୍କ ହାତରେ ବିଜେଡି। ମେଳି କରିଥିବା ବରିଷ୍ଠ ନେତାଙ୍କ ଦ୍ବାରା ଏମାନେ ପରିଚାଳିତ। ସେମାନେ ଯାହା କହୁଛନ୍ତି, ଏମାନେ ତାହା କରୁଛନ୍ତି। ଦଳ ଠିକ୍ ଢଙ୍ଗରେ ନ ଚାଲିଲେ ଦଳର ଅଧୋପତନ ହେବା ନିଶ୍ଚିତ। ଯେଉଁମାନେ ନିଜ ନିର୍ବାଚନ ମଣ୍ଡଳୀରୁ ନ ଲଢ଼ି ଅନ୍ୟ ସ୍ଥାନରୁ ଲଢ଼ି ପରାଜିତ ହୋଇଛନ୍ତି। ସେମାନଙ୍କ ପାଦତଳ ମାଟି ଖସିଲାଣି। ତଥାପି ସେମାନେ ଅହଙ୍କାର ଛାଡ଼ୁନାହାନ୍ତି। ଯେଉଁମାନେ ପ୍ୟାରୀବାବୁଙ୍କ ନିକଟତର ଥିଲେ , ସେମାନେ ନବୀନ ବାବୁଙ୍କ ପାଖଲୋକ ହେବା ଲାଗି ଅହରହ ଚେଷ୍ଟା ଚଳାଇଛନ୍ତି। ଦଳ କିପରି ଆଗକୁ ଯିବ ସେମାନେ ଚିନ୍ତା କରୁନାହାନ୍ତି, ବରଂ ସେମାନେ ଦ୍ବିତୀୟଧାଡ଼ିର ନେତା ହେବା ଲାଗି ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ ତାଙ୍କୁ ବାଦ୍ ଦିଆଯିବା ପରେ ଏନେଇ ପ୍ରତିକ୍ରିୟା ରଖି କର୍ପୋରେଟର୍ ଅମରେଶ ଜେନା ଏଭଳି ଟିପ୍ପଣୀ ଦେଇଛନ୍ତି। ବିଜେଡି ଏବେ ପୂର୍ବ, ପଶ୍ଚିମ ଉତ୍ତର ଦକ୍ଷିଣ ୪ ଫାଳ ହେଇ ଯାଇଛି | ବିଜେଡ଼ି କୁ ୫ ନେତା ବୁଡ଼େଇବେଦେବେ ବୋଲି ଅମରେଶ କହିଛନ୍ତି|
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..