ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୯ ପୁଲଓ୍ଵାମା ଆକ୍ରମଣ ପରେ ଉପତ୍ୟକାରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କୁହାଯାଇଛି। ଜାମ୍ମୁ-କାଶ୍ମୀରରେ ଆତଙ୍କୀ ହମଲା ଘଟଣାରେ ଅନନ୍ତନାଗ ପୋଲିସ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ହେଲ୍ପଲାଇନ୍ ନଂ ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦। ଏନଆଇଏ ଏହି ଘଟଣାର ତଦନ୍ତ କରିବ। ଆଜି ଏନଆଇଏ ଟିମ୍ ତଦନ୍ତ ପାଇଁ ପହଲଗାମ୍ ରେ ପହଞ୍ଚିବା ନେଇ ସୂଚନା ରହିଛି। ସୂଚନା ମୂତାବକ ମଙ୍ଗଳବାର ଆତଙ୍କବାଦୀମାନେ ବର୍ବରୋଚିତ ଆକ୍ରମଣ କରିଥିଲେ। ଗ୍ରୀଷ୍ମଛୁଟି କଟାଇବାକୁ ଯାଇ କାଶ୍ମୀରର ଅନ୍ୟତମ ନୈସର୍ଗିକ ଭରା ପର୍ଯ୍ୟଟନ ସ୍ଥଳ ପହଲଗାଓଁରେ ବୁଲୁଥିବାବେଳେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଭାରତ ଶାଖା ସଂଗଠନ ଦ ରେଜିଷ୍ଟାନ୍ସ ଫୋର୍ସ ଭଳି ସେନା ଓ ପୋଲିସ ପୋଷାକର ଛଦ୍ମବେଶରେ ଆସି ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଆହତ ୧୦ ଜଣଙ୍କୁ ହେଲିକପ୍ଟର ଯୋଗେ ସେନା ଓ ପୋଲିସ କର୍ମୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଦୁଇ ବିଦେଶୀ ପର୍ଯ୍ୟଟକ ଆର୍ଜେଣ୍ଟିନା ଓ ଇଟାଲୀର ଥିବା ଜଣାପଡିଛି।

ସେପଟେ ଆଜି ଦିଲ୍ଲୀରେ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ ବସିବ । ଆତଙ୍କୀ ହମଲା ପରେ ପ୍ରଧାନମନ୍ତ୍ରୀ ଏହି ବୈଠକ ଡକାଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିବା ମୋଦି ତାଙ୍କ ଗସ୍ତକୁ ବାତିଲ କରି ବୁଧବାର ସକାଳେ ଭାରତରେ ପହଂଚିବେ। ହମଲା ବିରୋଧରେ କଠୋର ପଦକ୍ଷେପ ନିଆଯାଇପାରେ। ସୂଚନା ଅନୁସାରେ- ବୈଶରଣରେ ଏକତ୍ରିତ ହୋଇଥିବା ପର୍ଯ୍ୟଟକମାନେ ଓଡିଶା, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଗୁଜରାଟ ସମେତ ଅନେକ ରାଜ୍ୟରୁ ଆସିଥିଲେ। ନିଷିଦ୍ଧ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଛାୟା ସଂଗଠନ ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ହେଁ ଏହା ନିଶ୍ଚିତ କରୁଥିବା ସରକାରୀ ବିବୃତିକୁ ଅପେକ୍ଷା କରାଯାଇଛି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..