ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡି ବନ୍ଦ ରହିରହିଛି | ଏନେଇ ମଙ୍ଗଳବାର ରାଜ୍ୟ ସରକାର କରିଥିଲେ। ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ । ତାପମାତ୍ରା ବୃଦ୍ଧି ଯୋଗୁଁ ପିଲାମାନେ ଯେପରି ଅସୁବିଧାରେ ନପଡନ୍ତି ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ହଷ୍ଟେଲରେ ଥିବା ପିଲାମାନେ ଘରକୁ ନଫେରି ହଷ୍ଟେଲରେ ରହି ପଢିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଅଙ୍ଗନବାଡିକୁ ସକାଳୁଆ କରାଯାଇଥିଲା । କିନ୍ତୁ ଏବେ ରାଜ୍ୟର ସମସ୍ତ ଅଙ୍ଗନବାଡି ମଧ୍ୟ ବନ୍ଦ ରହିବ । ତେବେ ଯେଉଁ ପିଲାମାନେ ଖାଦ୍ୟ ପେୟର ସୁବିଧା ପାଉଥିଲେ ସେମାନଙ୍କୁ ପ୍ରଶାସନ ତରଫରୁ ତାଙ୍କ ଘରେ ଖାଦ୍ୟ ପେୟ ଯୋଗାଇ ଦିଆଯିବ । ନିୟମକୁ ଅବମାନନା କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।





More Stories
ଆଜିଠୁ କଟକ ବାଲିଯାତ୍ରା,ଉଦ୍ଘାଟନ କରିବେ ରାଷ୍ଟ୍ରପତି…..
ବିଦ୍ୟାଭାରତୀ ଚାକିରିରୁ ନିଲମ୍ବିତ…..
ଚାଷ ଜମି ବୁଲିଲେ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ…..