ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତବାସୀଙ୍କୁ ପୂର୍ଣ୍ଣ ସମର୍ଥନ ଓ ଗଭୀର ସମବେଦନା ଜଣାଇଛନ୍ତି। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଖବର ବୋଲି ରାଷ୍ଟ୍ରପତି ଟ୍ରମ୍ପ ଲେଖିଛନ୍ତି। ଆତଙ୍କବାଦ ବିରୋଧରେ ଆମେରିକା ଭାରତ ସହ ଦୃଢ଼ ଭାବେ ଛିଡ଼ା ହୋଇଛି। ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ହ୍ୱାଇଟ୍ ହାଉସ୍ ମୁଖପାତ୍ର କାରୋଲିନ୍ ଲିଭିଟ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି ଘଟଣା ସମ୍ପର୍କରେ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍ ୱାଲ୍ଟଜ ଅବଗତ କରିଛନ୍ତି।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..