ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ପଛରେ ଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ସୁରକ୍ଷା ଏଜେନ୍ସିଗୁଡ଼ିକ ଜାରି କରିଛନ୍ତି । ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ତିନି ଜଣ ଆତଙ୍କବାଦୀଙ୍କୁ ଲଏବେ ଚିହ୍ନଟ କରାଯାଇଛି। ସେମାନେ ହେଲେ ଆସିଫ୍ ଫୁଜି, ସୁଲେମାନ ଶାହ ଏବଂ ଆବୁ ତଲହା। ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଇ-ତୋଇବା (ଏଲଇଟି)ର ଏକ ଶାଖା – ଦି ରେଜିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ ଏହି ଆକ୍ରମଣ ଘଟାଇଥିବା ସନ୍ଦେହ କରାଯାଉଛି। ପହଲଗାମର ଲୋକପ୍ରିୟ ବୈସାରନ ତୃଣଭୂମିରେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇ ହିନ୍ଦୁମାନଙ୍କୁ ଅତଙ୍କୀମାନେ ହତ୍ୟା କରିବା ଘଟଣା ଏବେ ସାରା ଦେଶରେ ଚହଳ ପକାଇଛି। ଆକ୍ରମଣର କିଛି ଦିନ ପୂର୍ବରୁ ଉପତ୍ୟକାରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ଆତଙ୍କବାଦୀମାନେ ଏହି ଗୋଷ୍ଠୀରେ ସାମିଲ ଥିଲେ ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଗୁଇନ୍ଦା ସଂସ୍ଥାଗୁଡ଼ିକ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଭାବରେ ସୈଫୁଲ୍ଲାହ କସୁରୀ ଓରଫ ଖାଲିଦଙ୍କୁ ଚିହ୍ନଟ କରିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..