ରିପୋର୍ଟ କାର୍ଡ / ଗୋପାଳପୁର
ଗୋପାଳପୁର ପୋଲିସ ଜଣେ ନକଲି ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଗୋଳାବନ୍ଧର ଅନିଲ କୁମାର ସାହୁ ବୋଲି ଜଣାପଡିଛି। ସୂଚନା ଅନୁସାରେ ଗୋଳାବନ୍ଧ ଛକରେ ଦୀର୍ଘ ବର୍ଷ ଧରି ସାହୁ ଏଣ୍ଡ ସାହୁ ମେଡ଼ିସିନ ଷ୍ଟୋର କରି ଏମ ବି ବି ଏସ ଡାକ୍ତର ନାମ ଫଳକ ଲଗାଇ ଲୋକଙ୍କୁ ଚିକିତ୍ସା କରିବା ସହ ଔଷଧ ଦେଉଥିବା ପୋଲିସ କୁ ସୂଚନା ମିଳିଥିଲା । ଗତକାଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଏକ ଟିମ ସହ ସେଠାକୁ ଯାଇ ପଚରା ଉଚରା କରିବା ସହ ନଥିପତ୍ର ମାଗିଥିଲେ । କିନ୍ତୁ ସଠିକ ନଥିବା ଜାଣିବାକୁ ପାଇଥିଲେ । ସେଠାରୁ ନଥିପତ୍ର,ବିପି ମାପିବା ଯନ୍ତ୍ର,ପେଡ଼,ଡାକ୍ତର ଲେଖା ଯାଇଥିବା ନାମ ଫଳକ,ସାଲାଇନ ଷ୍ଟାଣ୍ଡ ଆଦି ଜବତ କରାଯାଇଛି।






More Stories
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……