ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବହୁମତ ହାସଲ କରିଛନ୍ତି। ୩୪୨ ଆସନ ବିଶିଷ୍ଟ ନ୍ୟସନାଲ ଆସେମ୍ଲିରେ ୧୭୮ଭୋଟରେ ସେ ଆସ୍ଥା ଭୋଟ ଜିତିଥିବା ଜଣାପଡ଼ିଛି। ପାକିସ୍ତାନ ସିନେଟ୍ ନିର୍ବାଚନରେ ଇମ୍ରାନଙ୍କ ଅର୍ଥମନ୍ତ୍ରୀ ଅବ୍ଦୁଲ ହଫିଜ୍ ଶେଖ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିପିପି ପାର୍ଟିର ବରିଷ୍ଠ ନେତା ୟୁସୁଫ୍ ରାଜା ଗିଲାନୀଙ୍କଠାରୁ ପରାଜିତ ହେବା ପରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇସ୍ତଫା ଲାଗି ଚାପ ପକାଇଥିଲେ। ଇମ୍ରାନ ଖାନ ତାଙ୍କ ସରକାରର କ୍ଷମତାରେ ରହିବାର ସାମ୍ବିଧାନିକ ଅଧିକାର ପ୍ରମାଣିତ କରିବାକୁ ବିଶ୍ୱାସମତ ହାସଲ କରିବା ନେଇ ନିଷ୍ପତ୍ତି ନେଇଥିଲେ। ଇମ୍ରାନ ଖାନଙ୍କ ନିକଟତମ ସହଯୋଗୀ ତଥା ଅର୍ଥମନ୍ତ୍ରୀ ଅବ୍ଦୁଲ ହଫିଜ୍ ଶେଖ ବୁଧବାର ଦିନ ସିନେଟ ନିର୍ବାଚନରେ ୟୁସୁଫ୍ ରାଜା ଗିଲାନୀଙ୍କଠାରୁ ପରାଜିତ ହୋଇଥିଲେ । ଇମ୍ରାନ ଖାନ୍ ପିଟିଆଇ ଅଧ୍ୟକ୍ଷ ଥିବାରୁ ସେ ତାଙ୍କ ଦଳର ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରୟାସ କରିଥିଲେ । ହେଲେ ପିପିପି ନେତା ଗିଲାନୀ ବିରୋଧୀ ମେଣ୍ଟରୁ ପ୍ରାର୍ଥୀ ହୋଇ ମଧ୍ୟ ବିଜୟଲାଭ କରିଥିଲେ । ଗିଲାନୀଙ୍କ ବିଜୟ ପରେ ବିରୋଧୀଦଳ ଦାବି କରିଥିଲା କି ଇମ୍ରାନ ଖାନ୍ ତୁରନ୍ତ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଇମ୍ରାନ ସରକାରରେ ବିଦେଶ ମନ୍ତ୍ରୀ ଥିବା ମହମ୍ମୁଦ କୁରେସୀ କହିଥିଲେ କି ପ୍ରଧାନମନ୍ତ୍ରୀ ବିଶ୍ୱାସମତ ହାସଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ଷମତାରେ ଥିବା ସରକାରୀ ଦଳର ଉପାଧ୍ୟକ୍ଷ କୁରେସୀ ଆହୁରି କହିଥିଲେ କି ଏହା ଉପରେ ଦଳୀୟ ବୈଠକରେ ଆଲୋଚନା କରାଯାଇ ସବିଶେଷ ନିଷ୍ପତ୍ତି ଗ୍ରହଣ କରାଯିବ।






More Stories
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଆଜି ମାଟ୍ରିକ ପରୀକ୍ଷା ଫଳ…..
ଶ୍ରମିକଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ…..