Report Card Odisha

| Daily Odia News

ପୋଲିସ ବେଶରେ ଡକାୟତ ଉଦ୍ୟମ, ୨ ଗିରଫ….

ରିପୋର୍ଟ କାର୍ଡ / ବାଲିଗୁଡା

ଫିଲ୍ମ ଷ୍ଟାଇଲରେ ଡକାୟତ ଉଦ୍ୟମ | ପୋଲିସ ବେଶରେ ଡକାୟତ ଉଦ୍ୟମକରି ୨ ଜଣ ଗିରଫ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ବହୁଳ ଭାବେ ଗଞ୍ଜେଇ ଚୋରା ଚାଲାଣ ପରେ ପରେ ଏବେ ଚୋରୀ, ଡକାୟତି, ରାଜହାନୀ ବୃଦ୍ଧି ପାଇବାକୁ ଲାଗିଛି । ପୋଲିସ ପୋଷାକ ପିନ୍ଧି ଡକାୟତି ପାଇଁ ଯୋଜନା କରୁଥିବା ଡକାୟତମାନଙ୍କ ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହୋଇଛି ବାଲିଗୁଡା ପୋଲିସ । ଶୁକ୍ରବାର ମଧ୍ୟ ରାତ୍ରରେ ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ବ୍ରିଜ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଦୁଇ ଜଣକୁ ଗିରଫ କରିଛି ସେମାନେ କଟକ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଡିଜାୟର କାର୍, ବ୍ୟବହୃତ ଲାଠି, ଖେଳନା ବନ୍ଧୁକ ଜବତ କରିଛି ଏନେଇ ବାଲିଗୁଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ।

Breaking News