ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ଦିନ ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାରେ ଜଣେ ସୈନିକ ସହିଦ ହୋଇଛନ୍ତି। ଜିଲ୍ଲାରେ ସୁରକ୍ଷା ବାହିନୀ ଲୁଚି ରହିଥିବା ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା ଓ ଫଳରେ ସୈନିକଙ୍କ ମୃତ୍ୟୁ ଘଟିଥିଲା। ଜମ୍ମୁ-କଶ୍ମୀର ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଦୁଇ ଦିନ ପରେ ଏହି ଘଟଣା ଘଟିଛି। ସେନାର ହ୍ୱାଇଟ୍ ନାଇଟ୍ କର୍ପସ ଅନୁଯାୟୀ, ଗୁଳି ବିନିମୟ ସମୟରେ ସୈନିକ ଗୁରୁତର ଆହତ ହୋଇଥିଲେ ଏବଂ ପରେ ମୃତ୍ୟୁବରଣ କରିଥିଲେ।”ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ, ଆଜି ଉଧମପୁରର ବସନ୍ତଗଡ଼ରେ ଜମ୍ମୁ ଓ କଶ୍ମୀର ପୋଲିସ ଏକ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା। ଏଥିରେ ଭୟଙ୍କର ଗୁଳି ବିନିମୟ ହୋଇଥିଲା। ପ୍ରାରମ୍ଭିକ ବିନିମୟରେ ଆମର ଜଣେ ସାହସୀ ସୈନିକ ଗୁରୁତର ଆହତ ହୋଇଥିଲେ ଏବଂ ପରେ ସର୍ବୋତ୍ତମ ଚିକିତ୍ସା ପ୍ରୟାସ ସତ୍ତ୍ୱେ ସେ ସହିଦ ହୋଇଛନ୍ତି। ଅପରେସନ ଏବେ ବି ଜାରି ରହିଛି,” ବୋଲି ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ପକ୍ଷରୁ ‘ଏକ୍ସ’ରେ ପୋଷ୍ଟ୍ ହୋଇଛି।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..