ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ତଥା ବିଜେପିର ପୂର୍ବତନ ସାଂସଦ ଗୌତମ ଗାମ୍ଭୀରଙ୍କୁ ହତ୍ୟା ଧମକ ମିଳିଛି। ଆଇଏସଆଇଏସ କାଶ୍ମୀର ସଂଗଠନ ପକ୍ଷରୁ ଏହି ଧମକ ଦିଆଯାଇଛି। ଧମକ ମିଳିବା ପରେ ଗାମ୍ଭୀର ଏ ସମ୍ପର୍କରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିବା ସହିତ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ଗତ ୨୨ ତାରିଖରେ ଗାମ୍ଭୀରଙ୍କୁ ୨ଟି ଧମକପୂର୍ଣ୍ଣ ମେଲ୍ ମିଳିଛି। ମୁଁ ତୁମକୁ ହତ୍ୟା କରିବି ବୋଲି ଉଭୟ ମେଲ୍ରେ ଧମକ ଦିଆଯାଇଛି। ପୂର୍ବରୁ ମଧ୍ୟ ୨୦୨୧ ନଭେମ୍ବରରେ ଗାମ୍ଭୀରଙ୍କୁ ଅନୁରୂପ ଧମକପୂର୍ଣ୍ଣ ମେଲ୍ ମିଳିଥିଲା।






More Stories
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..
୬ଟି ଆସନରେ ଆଜି ଉପନିର୍ବାଚନ…..
ନୋବଲ୍ ପୁରସ୍କାର ପାଇଁ ୩ ବୈଜ୍ଞାନିକ ମନୋନୀତ…..