ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରର ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣରେ ୨୮ ଜଣ ନିରୀହ ନାଗରିକଙ୍କ ପ୍ରାଣହାନି ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ମୁଖ୍ୟ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଆକ୍ରମଣାତ୍ମକ ଏବଂ ଉତ୍ତେଜନାମୂଳକ ବୟାନ ଦେଇ ପରିସ୍ଥିତିକୁ ଅଧିକ ଗମ୍ଭୀର କରିଛନ୍ତି। ଆକ୍ରମଣ ପରେ ଭାରତରୁ ପାକିସ୍ତାନକୁ ଯାଉଥିବା ସିନ୍ଧୁ ନଦୀ ଜଳକୁ ଭାରତ ସରକାର ବନ୍ଦ କରି ଦେଇଛନ୍ତି। ଏହା ପରେ ପ୍ରତିକ୍ରିୟାଶୀଳ ହୋଇଛି ପାକିସ୍ତାନ। ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ, ବିଲାୱଲ ଭୁଟ୍ଟୋ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଭାରତକୁ ସିଧାସଳଖ ଧମକ ଦେଇଛନ୍ତି। ସେ କହିଛନ୍ତି, “ମୁଁ ସିନ୍ଧୁ ନଦୀ କୂଳରେ ଠିଆ ହୋଇ ଭାରତକୁ କହିବାକୁ ଚାହେଁ ଯେ, ସିନ୍ଧୁ ଆମର ଏବଂ ଏହା ଆମର ରହିବ। ଆମର ପାଣି ଏହି ନଦୀ ଦେଇ ପ୍ରବାହିତ ହେବ ନଚେତ୍ ସେମାନଙ୍କର ରକ୍ତ ଏଥିରେ ପ୍ରବାହିତ ହେବ।” ଏହି ବିବୃତି ଭାରତକୁ ଯୁଦ୍ଧ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ଭାବରେ ଦେଖାଯାଉଛି। ସେ ଆହୁରି ଦାବି କରିଛନ୍ତି ଯେ, “ଭାରତ ସିନ୍ଧୁ ଉପରେ ଆକ୍ରମଣ କରିଛି। ଭାରତର ଜନସଂଖ୍ୟା ଆମଠାରୁ ଅଧିକ ହୋଇପାରେ, କିନ୍ତୁ ପାକିସ୍ତାନର ଲୋକମାନେ ସାହସୀ। ଆମେ ସୀମାରେ ଏବଂ ପାକିସ୍ତାନରେ ମଧ୍ୟ ଲଢ଼ିବୁ। ଆମର ସ୍ୱର ଭାରତକୁ ଉଚିତ୍ ଜବାବ ଦେବ। ଏହି ବିବୃତିରୁ ସ୍ପଷ୍ଟ ଯେ, ଆତଙ୍କବାଦକୁ ନିନ୍ଦା କରିବା ପରିବର୍ତ୍ତେ ପାକ୍ ନେତା ଏହାକୁ ପ୍ରୋତ୍ସାହିତ କରୁଛନ୍ତି, ଯାହା ଯୋଗୁଁ କୂଟନୈତିକ ଆଲୋଚନାର ସମ୍ଭାବନା ଆହୁରି ହ୍ରାସ ପାଉଛି।”






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..