ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୁଲବଶତଃ ପାକିସ୍ତାନ ସୀମାରେ ପ୍ରବେଶ କରିଥିବା ବିଏସଏଫ ଯବାନ ପୁର୍ନମ ସାହୁଙ୍କୁ ବନ୍ଦୀ ରଖିଛି ପାକିସ୍ତାନ। ଭାରତକୁ ହସ୍ତାନ୍ତର କରିବାକୁ ପାକ୍ ରେଞ୍ଜର୍ସ ମନା କରିଦେଇଛନ୍ତି। ପଞ୍ଜାବର ଫେରୋଜପୁର ଅଞ୍ଚଳରେ ବାଟ ଭୁଲିଯାଇଥିବା କିଛି କୃଷକଙ୍କୁ ବାଟ ଦେଖାଇ ନେଉଥିବାବେଳେ ପୁର୍ନମ ପାକ୍ ସୀମା ଭିତରକୁ ପଶିଯାଇଥିଲେ। ପାକିସ୍ତାନୀ ସୈନ୍ୟମାନେ ତାଙ୍କୁ ଗିରଫ କରିଥିଲେ। ଏହା ପରେ ବିଏସଏଫ ପକ୍ଷରୁ ପାକ୍ ରେଞ୍ଜର୍ସଙ୍କ ସହିତ ଅନେକ ଥର ଯୋଗାଯୋଗ କରାଯିବା ସହ ବୈଠକ ପାଇଁ କୁହାଯାଇଥିଲେ ମଧ୍ୟ ତାହାକୁ ଗୁରୁତ୍ଵ ଦେଉ ନ ଥିବା ଜଣାପଡ଼ିଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..