ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହେବେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଜିତ କୁମାର। ତାଙ୍କର ଉତ୍କୃଷ୍ଟ ଅଭିନୟ କ୍ୟାରିୟର ପାଇଁ ସୋମବାର ଅଭିନେତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଏଥିପାଇଁ ପରିବାରସହ ଦିଲ୍ଲୀ ଯାଇଛନ୍ତି ଅଜିତ। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଅଜିତ କୁମାରଙ୍କୁ ତାଙ୍କ ପତ୍ନୀ ଶାଳିନୀ, ଝିଅ ଅନୁଷ୍କା ଓ ପୁଅ ଆଦ୍ଵିକଙ୍କ ସହ ଚେନ୍ନଇ ବିମାନବନ୍ଦରରେ ଦେଖିବାକୁ ମିଳିଛି। ସେଠାରେ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ଆଜି ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିବେ।






More Stories
‘ଗୋନ୍ଧାଲ’ କୁ ଓସ୍କାର…..
ଅନନ୍ତ ନାଗଙ୍କୁ ଦାଦା ସାହେବ୍ ଫାଲ୍କେ ପୁରସ୍କର…..
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..