ରିପୋର୍ଟକାର୍ଡ / ନୂଆଦିଲ୍ଲୀ/ଭୁବନେଶ୍ଵର
କିଟ୍ ବିଶ୍ଵବିଦ୍ୟାଳୟରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା। ଘଟଣାର ସତ୍ୟାସତ୍ୟ ଯାଞ୍ଚ ନେଇ ସେ ସୋସିଆଲ ମିଡିଆଲ ଏକ୍ସରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଏହି ଘଟଣା ଆମକୁ ଗଭୀର ଦୁଃଖ ଦେଇଛି। ଏହି ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ । ଏ ନେଇ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ସହ ଆଲୋଚନା ଜାରି ରହିଛି। ଗୁରୁବାର କିଟ୍ ବିଶ୍ଵବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କର ସନ୍ଦେହଜନଭାବେ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ପ୍ରୀଶା ସାହା କମ୍ପ୍ୟୁଟର ସାଇନ୍ସର ପ୍ରଥମ ବ୍ୟାଚ୍ ବୋଲି ଜଣାପଡିଛି। ତାଙ୍କ ଘର ନେପାଳର ବୀରଗଞ୍ଜ ଅଞ୍ଚଳରେ । ସେ ୪ ନମ୍ବର ଛାତ୍ରୀ ନିବାସରେ ରହୁଥିଲେ । ତାଙ୍କର ମୃତ ଦେହକୁ ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ତାହା ପୋଲିସ ତଦନ୍ତ କରୁଛି । ଇନଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି । ଗତ କିଛିଦିନ ତଳେ ପୁରୁଷ ବନ୍ଧୁଙ୍କ ଉତ୍ପୀଡନରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..