ରିପୋର୍ଟକାର୍ଡ / କଟକ
ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଶୁକ୍ରବାର କଟକସ୍ଥିତ ବିଏସ୍ଇ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ରେଜଲ୍ଟ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତବର୍ଷ ପାସ୍ ହାର ରହିଛି ୯୪.୯୩%। ଚଳିତବର୍ଷ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୪ ଲକ୍ଷ ୮୪ ହଜାର ୮୬୩ ଜଣ ପିଲା ପାସ୍ କରିଛନ୍ତି। ୧୭ ହଜାର ୩୮୪ ଜଣ ଛାତ୍ରୀଛାତ୍ର ଫେଲ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୪୦ ହଜାର ୨୫୧ ଛାତ୍ର କୃତକାର୍ଯ୍ୟ ହୋଇଥିବା ବେଳେ ୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସବୁଥର ପରି ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଥିବା ମନ୍ତ୍ରୀ କହିଛନ୍ତି।
More Stories
ରୁଷିଆରୁ ନବୀନଙ୍କୁ ଆସିଲା ନିମନ୍ତ୍ରଣ,ସୂଚନା ଦେଲେ ପାଣ୍ଡିଆନ…..
ବିଜେଡିର ୧୫ ଉପସଭାପତିଙ୍କ ନାଁ ଘୋଷଣା…..
ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ହେବା କଥା ମିଛ…..