ରିପୋର୍ଟକାର୍ଡ / ଭୁବନେଶ୍ୱର
ପହଲଗାଓଁ ଆକ୍ରମଣ ପରେ ଭାରତର ସମରାଭ୍ୟାସ ପାକିସ୍ତାନକୁ ଚିନ୍ତାରେ ପକାଇଛି। ଭାରତ କିପରି ଏବଂ କେଉଁ ବାଟରେ ଆକ୍ରମଣ କରିବ ତାହାର ଭୟ ଘାରିଛି ପାକିସ୍ତାନ ସରକାର ଏବଂ ସେନାକୁ। ଏହା ଭିତରେ ପାକିସ୍ତାନ ସରକାରକୁ ଆଉ ଏକ ଆହ୍ବାନର ସାମ୍ନା କରିବାକୁ ପଡ଼ୁଛି, ତାହା ହେଉଛି ଦେଶବାସୀଙ୍କ ଅସନ୍ତୋଷ। ବର୍ତ୍ତମାନ ପରିସ୍ଥିତି ପାଇଁ ପାକିସ୍ତାନ ସରକାର ଏବଂ ସେନା ସମ୍ପୂର୍ଣ୍ଣ ଦାୟୀ ବୋଲି ପାକିସ୍ତାନବାସୀ ହୃଦବୋଧ କରିବାରେ ଲାଗିଛନ୍ତି। ଯେଉଁଥିପାଇଁ ସେମାନେ ଏବେ ପାକିସ୍ତାନ ସରକାରଙ୍କ ନିକଟରେ ପାକ୍ ସେନା ମୁଖ୍ୟ ଆସିଫ ମୁନିରର ଇସ୍ତଫା ଦାବି କରିଛନ୍ତି। ତା’ ସାଙ୍ଗକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରୁ ମୁକୁଳାଇବା ପାଇଁ ଦେଶବାସୀଙ୍କ ପକ୍ଷରୁ ଦାବି ଆରମ୍ଭ ହୋଇଛି। ଯାହା ସରକାରକୁ ଚିନ୍ତାରେ ପକାଇଛି। ଏଭଳି ସମୟରେ ଦେଶରେ କୌଣସି ପ୍ରକାର ଆନ୍ଦୋଳନାତ୍ମକ ପରିସ୍ଥିତି ଉପୁଜିଲେ ତାହା ସରକାର ପାଇଁ ଆହ୍ବାନପୂର୍ଣ୍ଣ ହୋଇଯିବ ବୋଲି କୁହାଯାଉଛି।






More Stories
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..