ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୧୬ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମିଶନ ଶକ୍ତିକୁ ନୂଆ ବିଭାଗର ମାନ୍ୟତା ଦେବାକୁ ରାଜ୍ୟ କ୍ୟାବିନେଟ୍ର ମୋହର ବାଜିଛି । ଏସବୁ ନିଷ୍ପତ୍ତି ଶକ୍ତି, କୃଷି ଓ କୃଷକ କଲ୍ୟାଣ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ,ଅବକାରୀ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ,ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଓ ଇସ୍ପାତ ଓ ଖଣି ବିଭାଗ ସହ ସମ୍ପର୍କିତ ବୋଲି ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ରାଜ୍ୟରେ ୧୦ଟି ନୂଆ ମେଗା ଗ୍ରାମୀଣ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟରେ ମଂଜୁରୀ ମିଳିଛି । ଏସବୁ ପ୍ରକଳ୍ପ ଆଳି, ରାଜକନିକା, ଯାଜପୁର, ଚିଲିକା, ଟାଙ୍ଗି, ବାଣପୁର, ଖୋର୍ଦ୍ଧା, ଜଟଣୀ, ଗନ୍ଦିଆ, ଭୁବନ, ଗୋଲମିନ୍ଦା ଓ ବିଞ୍ଝାରପୁର ବ୍ଲକରେ ନିର୍ମାଣ କରାଯିବ । ସେହିପରି ସମ୍ବଲପୁର ଜିଲ୍ଲାର ୨୬ଟି ଗ୍ରାମ ପଂଚାୟତ ଓ ଝାରସୁଗୁଡ଼ା ଜିଲ୍ଲାର ୨ଟି ଗ୍ରାମ ପଞ୍ଚାୟତରେ ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରୀ ମିଳିଛି । ବାଲେଶ୍ବରର ରେମୁଣା ତହସିଲରେ ଏମ୍ସର ସାଟେଲାଇଟ କେନ୍ଦ୍ର ପାଇଁ ରାଜ୍ୟ ସରକାର ୨୫ ଏକର ଜମି ମଂଜୁର କରିଛନ୍ତି ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….