Report Card Odisha

| Daily Odia News

ଭାରତରେ ଖେଳାଯିବା ଆଇପିଏଲ୍ ୨୦୨୧,ଏପ୍ରିଲ ୯ରୁ ଖେଳଯିବ ମ୍ୟାଚ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା କ୍ରିକେଟ ସିରିଜ ଶେଷ ହେବାର ୧୨ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୧ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ପକ୍ଷରୁ ସୂଚନା ଦିଆଯାଇଛି । ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ପୁଣେରେ ମାର୍ଚ୍ଚ ୨୮ରେ ଅନୁଷ୍ଠିତ ହେବ। ଭାରତର ଅନ୍ତର୍ଜାତୀୟ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଲୋକପ୍ରିୟ ଟି୨୦ର ସମୟ ଧାର୍ଯ୍ୟ କରାଯାଇଛି। ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ସୂଚନା ଅନୁସାରେ ଆଇପିଏଲ ଏପ୍ରିଲ ୯ରୁ ମେ ୩୦ ପର୍ଯ୍ୟନ୍ତ ଆୟୋଜନ କରିବା ଲାଗି ଆପାତତଃ ଧାର୍ଯ୍ୟ କରାଯାଇଛି। ଆସନ୍ତା ସପ୍ତାହରେ ହେବାକୁଥିବା ଗଭର୍ନିଂ କାଉନ୍‌ସିଲ ବୈଠକରେ ଏହା ଆନୁଷ୍ଠାନିକ ଅନୁମୋଦନ ଲାଭ କରିବ। ଦେଶରେ କୋଭିଡ୍‌ ମହାମାରିର ବର୍ତ୍ତମାନ ସ୍ଥିତିକୁ ପରଖି ଆଇପିଏଲ ମ୍ୟାଚଗୁଡ଼ିକ ୫ଟି ସହର ଯଥା ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ଦିଲ୍ଲୀ ଓ ଅହମଦାବାଦରେ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୁମ୍ବାଇରେ ମ୍ୟାଚ ଆୟୋଜନ କରିବାକୁ ହେଲେ କ୍ଲିଅରାନ୍ସର ଆବଶ୍ୟକତା ରହିଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ବାୟୋ ସିକ୍ୟୋର ବବଲରେ ଅନୁଷ୍ଠିତ ଆଇପିଏଲର ୨୦୨୦ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଥିଲା।

Breaking News