ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ପ୍ରବଳ ବିରୋଧ ପ୍ରତିବାଦ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରୁ ହଟିଲା ‘ଜଗନ୍ନାଥ ଧାମ’ ଲେଖା । ‘ଜଗନ୍ନାଥ ଧାମ’ ନାମ ହଟାଯାଇଥିବା ନେଇ ପଶ୍ଚିମବଙ୍ଗ ମିଡିଆ ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ ସୂଚନା ଦେଇଛନ୍ତି। ଦୀଘା ମନ୍ଦିର ସାମ୍ନାର ପୂର୍ବ ପର ଫଟୋ ପକାଇ ସେ ‘ଜଗନ୍ନାଥ ଧାମ’ ନାମ ହଟିଥିବା ଦେଖାଇଛନ୍ତି । ଆଉ ଲେଖିଛନ୍ତି, ହିନ୍ଦୁ ଏକାଠି ହେଲେ ସବୁ ସମ୍ଭବ… ଫେଲ୍ ମାରିଲା ମମତାଙ୍କ ବିଭାଜନ ରଣନୀତି । ତେବେ ଆଜି ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆମେ ପୁରୀ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ ଦେଉ ବୋଲି କହିଥିଲେ । ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ମାଆ କାଳୀଙ୍କ ମନ୍ଦିର ଦେଶର ସବୁଠି ଅଛି, ଶିବଙ୍କ ମନ୍ଦିର ବି ସବୁଠି ଅଛି । ସବୁ ମନ୍ଦିର ସବୁ ସ୍ଥାନରେ ହୋଇପାରିବ, ସବୁ ସ୍ଥାନରେ ଥାଏ ମଧ୍ୟ । ବିଜେପି ଯାହା କଲେ ଆମେ କିଛି ପ୍ରଶ୍ନ କରୁନୁ, ତାହାଲେ ତାଙ୍କର ଏତେ ରାଗ କଣ ପାଇଁ କହି ବିଜେପିକୁ ଟାର୍ଗେଟ୍ କରିଥିଲେ ମମତା। ପ୍ରାଣ ପ୍ରତିଷ୍ଠା ପର ଠାରୁ ହିଁ ଦୀଘା ଜଗନ୍ନାଥ ଧାମ ନାମକୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ ପରେ ପୁରୀ ଶ୍ରୀମନ୍ଦିର ନବକଳେବର ବଳକା କାଠରେ ଦୀଘାରେ ୩ ଠାକୁର ତିଆରି ହୋଇଥିବା ନେଇ ବିବାଦ ଉପୁଜିଥିଲା । ଯେଉଁଥିରେ ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ସମ୍ପୃକ୍ତି ଥିବାରୁ ତାଙ୍କ ଅଡୁଆ ବଢିଛି । ଆଉ ଆଜି ପୁରୀକୁ ବଙ୍ଗୀୟ ପର୍ୟ୍ୟଟକଙ୍କୁ ନଆସିବାରୁ ବାରଣ କରି ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେଉଛି । ଏକ୍ସରେ ହାସଗ୍ୟାଗ୍ ବୟକଟ୍ ପୁରୀ ଟୁରିଜିମ୍ ବୋଲି ଟ୍ରେଣ୍ଡ କରୁଛି । ଯାହାକୁ ନେଇ ଓଡିଶା ପ୍ରତି ପଡିଶାର ଷଡ଼ଯନ୍ତ୍ର ବୋଲି କୁହାଯାଉଥିବା ବେଳେ ଶେଷରେ ଜଗନ୍ନାଥ ଧାମ ଲେଖା ଦୀଘା ମନ୍ଦିର ସାମ୍ନାରୁ ହଟିଛି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..