ରିପୋର୍ଟକାର୍ଡ / ଭୁବନେଶ୍ୱର
ଆଉ ୬ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି ବିଜେଡି। ଭୁବନେଶ୍ବର ବିଜେଡିର ନୂଆ ସଭାପତି ହେଲେ ଅଶୋକ ଚନ୍ଦ୍ର ପଣ୍ଡା। ସେହିପରି ଆଶିଷ ଚକ୍ରବର୍ତ୍ତୀ କେନ୍ଦୁଝର, ସରୋଜ ମେହେର ବଲାଙ୍ଗୀର, ରୋହିତ ପୂଜାରୀ ସମ୍ବଲପୁର ଓ ଦେବାଶିଷ ମାରାଣ୍ଡି ମୟୂରଭଞ୍ଜ-୨ ସାଂଗଠନିକ ଜିଲ୍ଲାର ସଭାପତି ହୋଇଛନ୍ତି। ସେହିପରି ସମ୍ବଲପୁର ପାଇଁ ରୋହିତ ପୂଜାରୀ ଏବଂ ବଲାଙ୍ଗୀର ପାଇଁ ସରୋଜ ମେହେରଙ୍କୁ ଦାୟିତ୍ୱ ଦେଇଛି ବିଜେଡି।ପୂର୍ବରୁ ବିଜେଡି ପୁରୀ ଜିଲ୍ଲା ପାଇଁ ସଭାପତି ଭାବେ ଉମା ସାମନ୍ତରାୟ , ବରଗଡ଼ ଜିଲ୍ଲା ପାଇଁ ସୁଶାନ୍ତ ମହାପାତ୍ର, ଭଦ୍ରକ ଜିଲା ପାଇଁ ଜଗନ୍ନାଥ ସ୍ବାଇଁ, ବୌଦ୍ଧ ଜିଲା ପାଇଁ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ଦେବଗଡ଼ର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ ମହାପାତ୍ର, ଝାରସୁଗୁଡା ପାଇଁ ହରିଶ ଗଣତ୍ରା, କନ୍ଧମାଳ ପାଇଁ ପଦ୍ମନାଭ ବେହେରା ଆଉ ମାଲକାନଗିରିରେ ମାନସ ମାଡକାମୀ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ବଡ଼ ସୂଚନା ଦେଇଛନ୍ତି।






More Stories
୫ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ…..
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶା ଇଭି ପଲିସି ଅବଧି ବୃଦ୍ଧି…..