ରିପୋର୍ଟକାର୍ଡ / ନୂଆଦିଲ୍ଲୀ
କମିଲା ସୁନା ଦର । ସୁନା ଦାମ୍ ୬୬୫୮ ଟଙ୍କା ପ୍ରତି ୧୦ ଗ୍ରାମ୍ରେ ଶସ୍ତା ହୋଇଛି । ସୁନା ଦର ହ୍ରାସ ହେବାର କାରଣ ଆମେରିକା ଓ ଚୀନ ମଧ୍ୟରେ ଚାଲୁଥିବା ଟ୍ରେଡ୍ ୱାର ଶେଷ ହେବାର ଆଶା ବୃଦ୍ଧି ପାଇବା ପରେ ଉଭୟ ଦେଶ ପରସ୍ପର ସହ ବୁଝାମଣା ପାଇଁ ଯେକୌଣସି ମୁହୂର୍ତ୍ତରେ ରାଜି ହୋଇ ପାରନ୍ତି ବୋଲି କୁହାଯାଉଛି । ସୁନା ଦାମ୍ ଲକ୍ଷେ ଟଙ୍କା ପାର୍ ହେବା ପରେ ଗତ କିଛି ଦିନ ହେବ ସୁନା ଦାମ୍ ଧିରେ ଧିରେ ହ୍ରାସ ହେଉଥିବା ଦେଖାଯାଉଛି । ସୁନା ଦାମ୍ ଦିଲ୍ଲୀରେ ୯୨,୬୫୦ ଟଙ୍କା ପ୍ରତି ୧୦ ଗ୍ରାମ୍ରେ ଓ ମୁମ୍ବାଇରେ ୯୨,୮୧୦ ଟଙ୍କା ପ୍ରତି ୧୦ ଗ୍ରାମ୍ରେ ରହିଛି । ୨୪ କ୍ୟାରେଟ୍ ସୁନା ଦାମ୍ ୯୩,୯୫୪ ଟଙ୍କା ପ୍ରତି ୧୦ ଗ୍ରାମ୍କୁ ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦାମ୍ ୮୬,୦୬୨ ଟଙ୍କା ୧୦ ଗ୍ରାମ୍କୁ ରହିଛି । ସେହିପରି ୧୮ କ୍ୟାରେଟ୍ ସୁନା ଦାମ୍ ୭୦, ୪୬୬ ଟଙ୍କା ରହିଛି ।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
କମିଲା ସୁନା ଓ ରୂପା ଦର…..
ଦେଢ଼ଲକ୍ଷ ଟପିଲା ସୁନା…..