ରିପୋର୍ଟ କାର୍ଡ / କଳାହାଣ୍ଡି
ଏକତରଫା ପ୍ରେମକୁ ନେଇ ଜଣେ ପ୍ରେମିକ ଧାରୁଆ ଅସ୍ତ୍ରରେ ପ୍ରେମିକାଙ୍କ ବେକ କାଟି ଦେଇଥିବା ଅଭିଯୋଗ ହୋଇଛି। ତେବେ ଝିଅକୁ ବଞ୍ଚାଇବାକୁ ଯାଇ ଯୁବତୀଙ୍କ ମା’ଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି | କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କର୍ଲାଖୁଣ୍ଟା ଗାଁରେ। ମୃତ ମହିଳାଙ୍କ ନାଁ ସିନ୍ଧୁ ବାଗ ବୋଲି ଜଣାପଡ଼ିଛି। ଆକ୍ରମଣ କରିଥିବା ଯୁବକ ହେଲେ କର୍ଲାଖୁଣ୍ଟା ଗାଁର ତିଲକ ନାଏକ। ସୂଚନା ଅନୁସାରେ, ଆଜି ସକାଳେ ସିନ୍ଧୁ ଓ ତାଙ୍କ ଝିଅ ଗାଁ ପୋଖରୀରୁ ଫେରୁଥିଲେ। ଏହି ସମୟରେ ତିଲକ ଏକ ଧାରୁଆ ଅସ୍ତ୍ରରେ ହଠାତ୍ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା। ତିଲକ ଯୁବତୀଙ୍କ ଗଳା କାଟି ଦେଇଥିଲେ। ତେବେ ଝିଅକୁ ବଞ୍ଚାଇବାକୁ ଯାଇ ସିନ୍ଧୁ ପ୍ରୟାସ କରୁଥିବା ବେଳେ ତିଲକ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ସିନ୍ଧୁଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କ ଝିଅକୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ୍ ଅଭିଯୁକ୍ତ ତିଲକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏକତରଫା ପ୍ରେମକୁ ନେଇ ପ୍ରତିଶୋଧ ପରାୟଣ ହୋଇ ତିଲକ ଏଭଳି ଘଟଣା ଘଟାଇଥିବା ପୋଲିସ ଅନୁମାନ କରୁଛି।






More Stories
ରୁପା ଆମଦାନୀ ଉପରେ କଟକଣା……
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..