Report Card Odisha

| Daily Odia News

ଆନ୍ତର୍ଜାତୀୟ ମହିଳା ଦିବସରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ମହିଳା ସମାବେଶ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ହେଉଛି ଆନ୍ତର୍ଜାତୀୟ ମହିଳା ଦିବସ | ଏହି ଅବସରରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ମହିଳା ସମାବେଶ ଆୟୋଜିତ ହୋଇଯାଇଛି । ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ସମାବେଶ ଆୟୋଜନ କରାଯାଇଛି । ପ୍ରାୟ ୨୦୦୦ ମହିଳାଙ୍କୁ ନେଇ ସମାବେଶର ଆୟୋଜନ କରାଯାଇଥିଲା । ସମାବେଶରେ ମହିଳାଙ୍କ ପାଇଁ ବିଜୁ ପଟ୍ଟନାୟକଙ୍କ ପଦକ୍ଷେପ ଓ ମହିଳାଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଗୁରୁତ୍ବାରୋପ କରାଯାଇଛି । ଏହାସହ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର କ’ଣ କ’ଣ ପଦକ୍ଷେପ ନେଇଛନ୍ତି ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇଛି । ମିଶନ ଶକ୍ତିକୁ ନୂଆ ବିଭାଗ କରିବା, କୋଭିଡ୍ ମୁକାବିଲାରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଓ 5Tର ପରିକଳ୍ପନା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ସମାବେଶରେ ରାଜ୍ୟ ସ୍ତରର ନେତୃତ୍ବ ମନ୍ତ୍ରୀ ଟୁକୁନି ସାହୁ, ପ୍ରମିଳା ମଲ୍ଲିକ ଓ ବହୁ ନେତୃବୃନ୍ଦଙ୍କ ସହ ତୃଣମୂଳ ସ୍ତରର କର୍ମକର୍ତ୍ତା ଯୋଗ ଦେଇଥିଲେ ।

Breaking News